() ଲକ୍ଷ୍ନୌ ଆଲିଗଞ୍ଜ ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦେଇଥିବା ଯୁବକ ଗିରଫ । ଲକ୍ଷ୍ନୌ ପୋଲିସ ଦ୍ବାରା ଅଭିଯୁକ୍ତ ରାଜ ମହମ୍ମଦ ତାମିଲନାଡୁରୁ ଗିରଫ ହୋଇଛି । ସେ ହ୍ୱାଟସଆପ ମାଧ୍ୟମରେ ଆରଏସଏସର ୬ଟି କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲା । ଆଉ ଏହି ଧମକ ମିଳିବା ପରେ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆରଏସଏସର ସଦସ୍ୟ ନୀଳକଣ୍ଠ ତିୱାରୀ ନିଜ ଅଭିଯୋଗରେ କହିଛନ୍ତି ଯେ, ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଆସିଥିଲା । ଯେଉଁଥିରେ ଲକ୍ଷ୍ନୌ, ଗୋଣ୍ଡା, ନୱାବଗଞ୍ଜ ଓ କର୍ଣ୍ଣାଟକର ୪ଟି ସ୍ଥାନରେ ଥିବା ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦେଇଥିଲେ ।
https://thetopmost.in/fan-celebrate-ranvir-alia-marrige-in-different-style/
https://thetopmost.in/south-movie-success-make-irritate-bollywood-celebrity/
1 thought on “ରାଜ ମହମ୍ମଦ ଗିରଫ, ଆରଏସଏସକୁ ଉଡାଇକୁ ଦେଇଥିଲା ଧମକ”